ବଲାଙ୍ଗୀର ରେଳ ଜଙ୍କସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଟିଟିଲାଗଡ଼/ବଲାଙ୍ଗିର : ବଲାଙ୍ଗୀର ରେଳ ଜଙ୍କସନ ପଟରୁ ଟିଟିଲାଗଡ଼ ପଟକୁ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ସିକେର ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ମଧ୍ୟରେ ମାଲଗାଡି ଲାଇନଚ୍ୟୁତ ହୋଇଛି। ଏନେଇ ଏହି ଧାରଣାରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଟିଟିଲାଗଡ଼ ଜିଆରପି ଅଧିକାରୀ ସନ୍ତୋଷୀନି ମହନ୍ତଙ୍କ ସୂଚନା ମୁତାବକ ଏକ କୋଇଲା ଗାଡିର ୧୪ ନମ୍ବର ୱାଗନ ଲାଇନଚ୍ୟୁତ ହୋଇଛି। ତେବେ ଏନେଇ କୌଣସି କ୍ଷୟ କ୍ଷତି ହୋଇନାହିଁ। ଅନ୍ୟ ରେଳ ଧାରଣାରେ ରେଳ ଚଳାଚଳ ସ୍ୱାଭାବିକ ରହିଛି।
ସୂଚନା ଅନୁସାରେ, ଆଜି ସକାଳେ କୋଇଲାବୋଝେଇ ଟ୍ରେନଟି ବଲାଙ୍ଗିର ଷ୍ଟେସନରୁ ଟିଟିଲାଗଡ଼ ଷ୍ଟେସନ ଅଭିମୁଖେ ଆସୁଥିଲା। ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବାକୁ ପ୍ରାୟ ଏକ କିମି ପୂର୍ବରୁ ଟ୍ରେନ ଲାଇନଚ୍ୟୁତ ହୋଇଛି। ରେଳପଥ ବିଭାଗର ଏକ ଟେକ୍ନିକାଲ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *