ଅନୁଗୋଳ : ସମଲ ଥାନା ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥର ଶରଧାପୁରୁ ନିକଟରେ ଟ୍ରକ୍- ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ଏତେ ଜୋରଦାର ଥିଲା ଯେ ଗୋଟିଏ ଟ୍ରକ୍ରେ ସଙ୍ଗେସଙ୍ଗେ ନିଆଁ ଲାଗିଯାଇଥିଲା ଏବଂ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦୁର୍ଘଟଣାରେ ଝାଡ଼ଖଣ୍ଡର ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟି ଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇ ତାଳଚେର ମୁଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ସମଲ ପୁଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ,ଜଣେ ମୃତ, ତିନି ଗୁରୁତର
