ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ

ବାସୁଦେବପୁର: ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା। କ୍ଷତିପୂରଣ ଦାବିରେ ବାସୁଦେବପୁର ଡାକ୍ତରଖାନା ଆଗରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି। ବିଷ୍ଣୁ ପଦ୍ମପୁରର ଜଣେ କର୍ମଚାରୀ। ଅପରାହ୍ନରେ ଆଲବଗା କରୁଦା ଛକରେ ବିଷ୍ଣୁ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ପଡ଼ିଯାଇଥିଲେ। ପାଖରେ ଥିବା କର୍ମଚାରୀ ଏହି ଘଟଣା ଜାଣି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ବିଷ୍ଣୁଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଡାକ୍ତରଖାନରେ ଉତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *