ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଋତୁ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା। ଭିତରକନିକାକୁ ୩ଟି ବାଟ ଦେଇ ପର୍ଯ୍ୟଟକ ମାନେ ଯାଇଥାନ୍ତି। ଭିତରକନିକା ସ୍ଥଳ ପଥର ମୁଖ୍ୟ ଗେଟ ବ୍ୟତୀତ ଖୋଳାରୁ ବୋଟ ଯୋଗେ ଓ ଗୁପ୍ତିରୁ ବୋଟ ଯୋଗେ ଭିତରକନିକା ଯାଇଥାନ୍ତି। ଗୁପ୍ତି ପ୍ରବେଶ ପଥେ ଭିତରକନିକାକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସହକାରୀ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଫରେଷ୍ଟର ବିଜୟ ପାତ୍ର ଓ ରଞ୍ଜନ କୁମାର ପାଣି, ଫରେଷ୍ଟ ଗାର୍ଡ ବିଭୁତି ତରାଇ ଓ କର୍ମଚାରୀ ମାନେ ପର୍ଯ୍ୟଟକଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *