ଜୁନିୟର ଏସିଆ କପ ହକି: ଟୁର୍ଣ୍ଣାମେଣ୍ଟ : ଭାରତୀୟ ପୁରୁଷ, ମହିଳା ଦଳକୁ ସ୍ବର୍ଣ୍ଣ

ମୋକି: ଜୁନିୟର ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଯୁଗଳ ସ୍ବର୍ଣ୍ଣ ବିଜୟୀ ହୋଇଛି। ଚୀନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଚମ୍ପିଆନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ପୁରୁଷ ଦଳ ଷଷ୍ଠ ଓ କ୍ରମାଗତ ଚତୁର୍ଥ ଟାଇଟଲ ଜିତିଛି। ସେହିପରି ମହିଳା ଦଳ ମଧ୍ୟ ହ୍ୟାଟ୍ରିକ୍‌ ଟାଇଟଲ ଜିତିଛି। ଭାରତୀୟ ପୁରୁଷ ଦଳରେ ୯ ଓ ମହିଳା ଦଳରେ ୩ ଜଣଙ୍କ ସମେତ ମୋଟ୍‌ ୧୨ଜଣ ଓଡ଼ିଆ ଖେଳାଳି ପ୍ରତିନିଧିତ୍ବ କରିଥିଲେ। ପୁରୁଷ ଦଳର ଅଧିନାୟକ ଭାବେ ଅନ୍‌ମୋଲ ଏକ୍କା ଦାୟିତ୍ବ ତୁଲାଇବା ସହ ଦେଶ ପାଇଁ ବଡ଼ ସଫଳତା ଆଣିଛନ୍ତି। ଚମ୍ପିଆନ ସହ ଭାରତ ଉଭୟ ପୁରୁଷ ଓ ମହିଳା ଦଳ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି।

Leave a Reply

Your email address will not be published. Required fields are marked *