ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ଆକଳନ ଅନୁଯାୟୀ ବର୍ଷର ଶେଷ ତିନି ମାସ ମଧ୍ୟରେ ଉତ୍ତର ଭାରତ ମହାସାଗର ଅର୍ଥାତ୍ ଆରବ ସାଗର ଓ ବଙ୍ଗୋପସାଗରରେ ବଡ଼ଧରଣର ତିନିଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଆରବ ସାଗର ଓ ବଙ୍ଗୋପସାଗରରେ ତିନିଟି ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ। ଏପରିକି, ବାତ୍ୟାଗୁଡ଼ିକ ଏତେ ଶକ୍ତିଶାଳୀ ହେବ ଯେ ଗତ ୪୪ ବର୍ଷ ମଧ୍ୟରେ ଏତେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇନାହିଁ। ଏହି ବାତ୍ୟାଗୁଡ଼ିକର ପ୍ରଭାବ ସ୍ବାଭାବିକଠାରୁ ୮୩% ଅଧିକ ରହିବ। ଏହି ସବୁ ବାତ୍ୟାକୁ ଏକ ଅସ୍ବାଭାବିକ ସାମୁଦ୍ରିକ ଝଡ଼ ବୋଲି ବିବେଚନା କରାଯାଇଛି।
ଆସନ୍ତା ଅକ୍ଟୋବର-ଡିସେମ୍ବରରେ ୩ ବଡ଼ ବାତ୍ୟା
