ଭୋଗରାଇ ଅଂଚଳରୁ ଉଦ୍ଧାର ୫ ଓରାଙ୍ଗଉଟାନ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଜ୍ୱର ଲକ୍ଷଣ

ଭୁବନେଶ୍ବର: ଗତ ସେପ୍ଟେମ୍ବର ୮ ତାରିକରେ ବାଲେଶ୍ୱର ଭୋଗରାଇ ଅଂଚଳରୁ ଉଦ୍ଧାର ୫ ଓରାଙ୍ଗଉଟାନ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଜ୍ୱର ଲକ୍ଷଣ ପରିଲକ୍ଷିତ ହୋଇଛି । ଅନ୍ୟ ୪ ଜଣ ସୁସ୍ଥ ଥିବା ବେଳେ ଜଣଙ୍କ ଦେହରେ ତାପମାତ୍ରା ବଢିଛି । ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଦଳ ତା’ର ସ୍ୱତନ୍ତ୍ର ଯତ୍ନ ନେଉଛନ୍ତି । ମାନସିକ ଉତେଜନା, ଜଳବାୟୁ ପରିବର୍ତନ ଇତ୍ୟାଦି କାରଣରୁ ଏହି ଜ୍ୱର ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ନନ୍ଦନକାନନକୁ ଆସିବା ଦିନଠାରୁ ସେମାନଙ୍କୁ କ୍ୱାରେନଟାଇନ୍‌ରେ ରଖାଯିବା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ କଥା ବୁଝୁଛନ୍ତି । ସେମାନଙ୍କୁ ମଶା ନ କାମୁଡିବା ପାଇଁ ସ୍ୱତନ୍ତ୍ର ମଶାରୀ ତଳେ ରଖାଯାଉଛି । ମାନସିକ ଭାବେ ସେମାନେ କିଭଳି ସୁସ୍ଥ ରହିବେ, ସେନେଇ ସବୁମତେ ଉଦ୍ୟମ କରାଯାଉଛି । ଖୁବ୍ ଶୀଘ୍ର ଶିଶୁ ଓରାଙ୍ଗଉଟାନର ଜ୍ୱର କମିଯିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *