ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ସ୍ଥିତ ହରିଜନ ସାହିରେ ବୋମାମାଡ଼ ହୋଇଛି । ଏଥିରେ ଜଣେ ଜଣେ ଯୁବକ ଆହତ ହୋଇଛନ୍ତି । ସକାଳେ ସ୍ଥାନୀୟ ଅଂଚଳରେ କୋୖଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ସନ୍ଧ୍ୟାରେ ଏକାଧିକ ବୋମା ମାଡ଼ ହୋଇଥିଲା । ବୋମା ମାଡକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପୁଲିସ ସାହିରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବୋମାମାଡ଼କୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ପାର୍ବଣର ଋତୁ ଆରମ୍ଭ ହୋଇଥିବା ବେଳେ ସଦର ଥାନା ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପୁଲିସ ପକ୍ଷରୁ ଢିଲା ପାଟ୍ରୋଲିଂ କାରଣରୁ ଅପରାଧୀମାନେ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି ।
ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ହରିଜନ ସାହିରେ ବୋମାମାଡ଼
