ରାୟଗଡ଼ା : ରାୟଗଡ଼ା ଜିଲା ଅମ୍ବାଦଳା ଥାନାରେ ୯ କେଜି ଗଞ୍ଜେଇ ଜବତ ହୋଇଛି। ଏହାସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଗୋଟିଏ ମଟର ସାଇକେଲ ଓ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ଆଇଆଇସି ଅମ୍ବାଦଳା ପ୍ରଶାନ୍ତ କୁମାର ସେଠି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣେ ସ୍ଥାନୀୟ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ ପୁରୁଣାପାଣି ଗ୍ରାମର ଚକା ସୁନା ଓ ଅନ୍ୟ ଚାରିଜଣ ସୁଦୂର ମଧ୍ୟପ୍ରଦେଶ ରାଜ୍ୟର। ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଆଇଆଇସି ଶ୍ରୀ ସେଠି ଜଣାଇଛନ୍ତିା
ଗଞ୍ଜେଇ ଜବତ ; ୫ ଗିରଫ
