ଲକ୍ଷ୍ନୌ:ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି।
ନେପାଳରେ ପ୍ରଳୟଙ୍କାରୀ ବନ୍ୟା
