ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର, ଦର୍ଶକଙ୍କ ଚେୟାର ମାଡ଼ରେ କଳାକାର ଆହତ

ଯାଜପୁର : ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର। ଦର୍ଶକଙ୍କ ଚେୟାର ମାଡ଼ରେ କଳାକାର ଆହତ। ଯାଜପୁର ରୋଡ୍ ଥାନା ଚାନ୍ଦମା କାଳୀ ପଡ଼ିଆରେ ଅପେରା ଯାଜ୍ଞସେନୀ ଯାତ୍ରା ମଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର। ଏବର୍ଷର ପ୍ରଥମ କ୍ୟାମ୍ପରେ ମଞ୍ଚସ୍ଥ ହୋଇଥିଲା ନାଟକ ସନାତନୀ। ତେବେ ଯାତ୍ରାରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯିବାର ଦୃଶ୍ୟ ପରିବେଷଣ ସମୟରେ କିଛି ଦର୍ଶକ ଉତକ୍ଷିପ୍ତ ହୋଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ। ଏଥିରେ ଅଭିନେତ୍ରୀ ତମସା ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *