ଭୁବନେଶ୍ୱର:ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଓଡ଼ିଶାର ମୋଟ ୧୭ ଜଣ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ସଂସ୍କାରମୂଳକ ସେବାର ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ଏହି ସମ୍ମାନ ମିଳିବ। ଏଥିରେ ୫ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ।
ପୋଲିସ ସେବା ବର୍ଗରେ ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି। ସେହିପରି ସବ୍ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ୍ ଓ କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ମିଳିବ।
