ଭୁବନେଶ୍ବର: କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ ତଥା କର୍ମଚାରୀ ଅନୁକୂଳ କରାଯାଇଛି। ଏଥିପାଇଁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ବର୍ତ୍ତମାନ ପ୍ରଚଳିତ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ- ୨୦୨୦କୁ ବାତିଲ କରି ଓଡ଼ିଶା ସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୬କୁ ଅନୁମୋଦନ କରାଯାଇଛି।
କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟଣା: କୋହଳ ହେଲା ଅନୁକମ୍ପା ନିଯୁକ୍ତି ନିୟମ
