ଛତ୍ରପୁର:ଭରାତ ପାଇଁ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ। ଯାହାକି ଅଂଚଳ ପାଇଁ ଗର୍ବ ର ବିଷୟ। ନାଇଜେରିଆର ଲାଗୋସଠାରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬। ଏହା ଚଳିତ ମାସ ୯ ରୁ ୧୩ ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ ହେଉଛି। ଭାରତ ପକ୍ଷରୁ ୧୩ ଜଣ ଅଂଶ ଗ୍ରହଣ କରୁଥିବା ବେଳେ ଭି ରମେଶ ମଧ୍ୟ୍ୟ ସେଥିରେ ସାମିଲ ଅଛନ୍ତି। ଗତକାଲି
ରମେଶ ଫଏଲ ପାରା ଫେନ୍ସିଂରେ ଏହି ସଫଲତା ପାଇଛନ୍ତି। ସେ ପୂର୍ବ ରୁ ଭଲ ଖେଳି ଏହିପରି ସଫଳତା ପାଇଁଛନ୍ତି । ଆଜି ମଧ୍ୟ୍ୟ ତାଙ୍କର ଅନ୍ତିମ ମ୍ୟାଚ ରହିଛି ।ଏହି ସଫଳତା ପାଇଁ ପରିବାର ଲୋକ ବହୁତ ଖୁସି। ପୁଅ ଆହୁରି ଉତ୍ତର କାମନା କରିଛନ୍ତି।ରମେଶ ହେଉଛନ୍ତି ଜଣେ ପ୍ରସିଦ୍ଧ ପାରା-ଫେନ୍ସର ଖେଳାଳି।ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା। ସେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟ ପାଇଁ ଅନେକ ପଦକ ଜିତିଛନ୍ତି।ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।
କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬ : ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ଓଡ଼ିଆ ପୁଅ ଭି ରମେଶ ରାଓ
