ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ଗଞ୍ଜେଇ ଚାଲାଣ ବିରୋଧରେ ପୁଲିସକୁ ବଡ଼ ସଫଳତା ମିଳିଛି। କାଜୁ ଚୋପା ବୋଝେଇ ଏକ ଟ୍ରକ୍ରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଫିରିଙ୍ଗିଆ ପୁଲିସ ଟ୍ରକ୍ଟିକୁ ଜବତ କରିଛି। ଟ୍ରକ୍ରୁ ୧୦ କୁଇଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ସମସ୍ତିପୁର ଜିଲ୍ଲା ମୋହନପୁର ଥାନା ଅଞ୍ଚଳର ଲାଲମୋହନ ରାଏ ରହିଛନ୍ତି। ସେ ଟ୍ରକ୍ର ଡ୍ରାଇଭର ବୋଲି ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଋଣ୍ଡିମହୁଲ ଗାଁର ସାନନ୍ଦ ସାହୁ ବୋଲି ପୁଲିସ ସୂଚନା ଦେଇଛି।
