ବ୍ରହ୍ମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁଲିସ ଏନକାଉଣ୍ଟର କରିଛି। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ଅଛି। ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ ଫେରାର ଥିଲା କାଳିଆ।
ଗଞ୍ଜାମରେ ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରାକୁ ଏନକାଉଣ୍ଟର
