ବିଶୋଇ:୨୧ବର୍ଷର ଜଣେ ଯୁବକ ୫ବର୍ଷର ଜଣେ ଶିଶୁ କନ୍ୟାକୁ ଚକଲେଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ବିଶୋଇ ଥାନାରେ ଅଭିଯୋଗ ହୋଇଛି। ଏପରିକି ଲଜ୍ୟା ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜଗନ୍ନାଥପୁର ପଂଚାୟତ ବଡାଯୋଡ଼ି ଗ୍ରାମରେ। ଏନେଇ ଥାନା ରେ ଅଭିଯୋଗ ପୋଲିସ ଅଭିଯୁକ୍ତ କୁ ବାରିପଦା ସ୍ଥିତ ପୋଷ୍କ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଘଟଣା ରୁ ପ୍ରକାଶ ଯେ ବଡ଼ାଯୋଡ଼ି ଗ୍ରାମର ଅଭିଯୁକ୍ତ ସ୍ବର୍ଗତ ମଙ୍ଗଲ ପାଲେୟା ଙ୍କ ପୁଅ ଚମକା ପାଲେୟା (୨୧)ଶିଶୁ କନ୍ୟା କୁ ଚୋକଲେଟ ଲୋଭ ଦେଖାଇ ନିଜ ଘରକୁ ଡାକି ନେଇଥିଲା। ସେଠାରେ ସେ ଶିଶୁ କନ୍ୟାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଶିଶୁ କନ୍ୟାଟି ଘରକୁ ଫେରି ଘଟଣା ସମ୍ପର୍କ ରେ ତା ମା ଙ୍କୁ ଜଣାଇଥିଲା। ଶିଶୁ କନ୍ୟାର ବାପା ଚେନ୍ନାଇ ରେ କାମ କରୁଥିବା ବେଳେ ମା ରେ ଅଭିଯୋଗ ଅନୁଯାଇ ସମସ୍ୟା ରସମାଧାନ ପାଇଁ ଗାଁ ରେ ଏକ ବୈଠକ ଡାକିଥିଲେ। ବୈଠକରେ ସମସ୍ତଙ୍କ ଆଗରେ ଚମକା ପାଲେୟା ଦୋଷ ସ୍ୱୀକାର କରିଥିଲା। ଏହାପରେ ଶିଶୁ କନ୍ୟା ଙ୍କ ମା ବିଶୋଇ ଥାନା ରେ ଏକ ଲିଖିତ ଏତଲା ଦେଇଥିଲେ।ଅଭିଯୋଗ ପାଇବା ପରେ ବିଶୋଇ ଥାନାଧିକାରୀ ଶରତ ଚନ୍ଦ୍ର ଦାସ, ସି୍ଡ଼ିପିଓ ବିଟୁ ଟୁଡୁ,ଏସଆଇ ରଶ୍ମିତା ଦାସ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତ ଚମକା କୁ ପଚରା ଉଚରା କରି ଥାନା କୁ ଆଣିଥିଲେ। ଥାନା ରେ ପୋଷ୍କ ନିୟମ ଅନୁଯାଇ ଏକ କେଶ ୧୬୬/୨୬ରେ ଏକ ମାମଲା ୠଜୁକରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉକି ଅଭିଯୁକ୍ତ ଙ୍କ ପୁଅ ଓ ପୀଡିତା ଶିଶୁକନ୍ୟା ଗୋଟିଏ ଅଙ୍ଗନବାଡ଼ି ରେ ପଢ଼ନ୍ତି। ଏପରି ଏକ ଲଜ୍ୟା ଜନକ ଘଟଣା କୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି।
୨୧ବର୍ଷର ଯୁବକ ୫ବର୍ଷର ଶିଶୁ କନ୍ୟାକୁ ଚକଲେଟ ଲୋଭ ଦେଇ ଦୁଷ୍କର୍ମ ଅଭିଯୋଗ
