କୋଟପାଡ଼: ସରକାରୀ ଯୋଜନାର ଗତି କୁଆଡ଼େ ! ବାର୍ଦ୍ଧକ୍ୟ ଭତ୍ତା ଓ ପେନସନ ପାଇବାକୁ ହିତାଧିକାରୀ ଚାହିଁ ବସିଛନ୍ତି ! ପେଟକୁ ଦି ମୁଠା ଦାନା ପାଇଁ ହେଉଛନ୍ତି ବ୍ୟାକୁଳ ! କିନ୍ତୁ ସରକାର ବୃଦ୍ଧ ଅସହାୟଙ୍କ ପେଟରେ ଲାତ ମାରୁଥିବା ଦେଖାଦେଇଛି ! ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଭତ୍ତା ଓ ପେନସନ ପାଇପାରୁନାହାନ୍ତି ! ଏଭଳି କିଛି ସରକାରୀ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି କୋଟପାଡ଼ ଏନଏସି ଅଧିନସ୍ଥ ସମସ୍ତ ୱର୍ଡରେ ! ଯାହାକୁ ନେଇ ମୁହଁ ଖୋଲିବା ସହ ଏନଏସି ପ୍ରଶାସନକୁ ଚିଠି ଲେଖି ଗୁହାରି ଜଣାଇବା ସହ ବକେୟା ପେନସନ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ପ୍ରଶାସନ ପାଖରେ ନିବେଦନ କଲେ ୮ ନମ୍ବର ୱର୍ଡର କାଉନସିଲର ସଲମା ବେଗମ ! ସୂଚନା ମୁତାବକ କୋଟପାଡ଼ ଏନଏସି ଅନ୍ତର୍ଗତ ବିଭିନ୍ନ ୱର୍ଡରେ ବହୁ ବୃଦ୍ଧ ଅସହାୟ ଯୋଗ୍ୟ ହିତାଧିକାରୀ ୫, ୬ ମାସ ହେବ ସେମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ପେନସନ ପାଇନାହାନ୍ତି ! ଦୁର୍ଦିନରେ ଦିନ କାଟୁଥିବା ଅସହାୟଙ୍କ ପାଇଁ ଆଗେଇ ଆସିଛନ୍ତି କାଉନ ସିଲର ସଲମା ବେଗମ ! ଭତ୍ତା ପ୍ରଦାନ ପାଇଁ ଚିଠି ମାଧ୍ୟମରେ ଏନଏସି ପ୍ରଶାସନକୁ ନିବେଦନ କରିବାକୁ କରିବା ସହ ପେନସନ ପାଇନଥିବା ହିତାଧିକାରୀଙ୍କ ୱର୍ଡୱରୀ ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ କେତେ ମାସର ଭତ୍ତା ବକେୟା ଅଛି, ତାହା ଯାଞ୍ଚ କରିବାକୁ ନିବେଦନ କରିଛନ୍ତି ! ଏଥିସହ ନୂତନ ଭାବେ ମଞ୍ଜୁର ହୋଇଥିବା ପେନସନ ତୁରନ୍ତ ଚାଲୁ କରିବାକୁ ନିବେଦନ କରିବା ସହ ଆଗାମୀ ଦିନରେ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ସମୟରେ ପେନସନ ମିଳିବାର ସ୍ଥାୟୀ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଓ ଯେଉଁ ବୃଦ୍ଧ ଓ ଅସହାୟ ହିତାଧିକାରୀ ବ୍ୟାଙ୍କ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ନିୟମ ଅନୁଯାୟୀ ବ୍ୟଙ୍କିଙ୍ଗ ସେବା ସେମାନଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ! ସଲମା ବେଗମ ଙ୍କ ଏଭଳି ପଦକ୍ଷେପକୁ କୋଟପାଡ଼ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ! ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି !
ଲୋକଙ୍କ ବକେୟା ବାର୍ଦ୍ଧକ୍ୟ ଭତା ଓ ପେନସନ ପାଇଁ ଆଗକୁ ଆସିଲେ କାଉନସିଲର ” ସଲମା “
