ଏନ୍‌ଏଚ୍‌-୧୪୩ କଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବଣାଇ:ଗୁରୁଣ୍ଡିଆ ବ୍ଲକ ଅଧୀନ ଚାନ୍ଦିପୋଷ ଥାନା ଅଞ୍ଚଳରେ ରବିବାର ସକାଳୁ ଏକ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚାନ୍ଦିପୋଷ ବଜାର ନିକଟ ଜାତୀୟ ରାଜପଥ-୧୪୩ କଡ଼ରୁ ମୃତଦେହଟି ଉଦ୍ଧାର କରାଯାଇଛି।ପ୍ରାଥମିକ ସୂଚନା ଅନୁଯାୟୀ,ସକାଳେ ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଚାନ୍ଦିପୋଷ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ପରିସ୍ଥିତି ଓ ମୃତ୍ୟୁର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଥିବା ପୁଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି। ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ପରେ ତାଙ୍କ ମୃତଦେହକୁ ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ଏହାର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *