ଲଣ୍ଡନ:ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ବ୍ରିଟେନର ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟ ଶୁଣାଣି କରି ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ରାୟ ଦେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ମାମଲାରେ ଷଡଯନ୍ତ୍ର କିମ୍ବା ଆତ୍ମହତ୍ୟାର କୌଣସି ପ୍ରମାଣ ମିଳିନାହିଁ।ରାଜକୁମାର ନଭେମ୍ବର ୧୯ରେ କେନ୍ସିଂଟନ ସ୍ଥିତ ଏକ ମ୍ୟାରିଅଟ୍ ହୋଟେଲରେ ଏକ ସପ୍ତାହ ପାଇଁ ରହିବାକୁ କକ୍ଷ ବୁକ୍ କରିଥିଲେ। ସିସିଟିଭି ଫୁଟେଜରେ ମୃତ୍ୟୁ ପୂର୍ବ ସନ୍ଧ୍ୟାରେ ସେ ହୋଟେଲ ବାହାରକୁ ସିଗାରେଟ୍ ପିଇବା ପାଇଁ ଯାଇଥିବା ଦେଖାଯାଇଛି। ଏହାପରେ ସେ ଆଉ ବାହାରକୁ ଯାଇନଥିଲେ।
ଲଣ୍ଡନ ହୋଟେଲରେ ସାଉଦି ରାଜକୁମାରଙ୍କ ମୃତ୍ୟୁ
