ଭୁବନେଶ୍ବର:ରେଲୱେ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ଭେଟି। ଓଡ଼ିଶାର ରେଲୱେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
କଟକ-ପାରାଦୀପ ମଧ୍ୟରେ ୭୨ କିଲୋମିଟର ରେଲପଥରେ ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୨,୨୮୬ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ବନ୍ଦର ସହ ରେଲ ଯୋଗାଯୋଗ ଓ ମାଲ ପରିବହନ କ୍ଷମତା ବୃଦ୍ଧି ପାଇବାର ଆଶା ରହିଛି।ଭଦ୍ରକ-ହରିଦାସପୁର ମଧ୍ୟରେ ୭୫ କିଲୋମିଟର ରେଲପଥରେ ଚତୁର୍ଥ ଲାଇନ୍ ନିର୍ମାଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ପ୍ରାୟ ୧,୫୮୩ କୋଟି ଟଙ୍କା ବ୍ୟୟ କରାଯାଇଛି।
