ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍ ଉଡ଼ିଥିଲା। ଏଥିରୁ ପ୍ରାୟ ୪୫୦ଟି ମସ୍କୋ ଦିଗକୁ ଆସିଥିବା ଏବଂ ସେଗୁଡ଼ିକୁ ଧ୍ୱଂସ କରାଯାଇଥିବା ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି । ରିପୋର୍ଟ ଅନୁସାରେ, ଏହାକୁ ମସ୍କୋ ଉପରେ ଏଯାବତ୍ର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି ରୁଷିଆ କର୍ତ୍ତୃପକ୍ଷ ବର୍ଣ୍ଣନା କରିଛନ୍ତି।
ରୁଷିଆ ଉପରେ ହଜାରେରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ
