ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ମହାନଦୀ କୂଳରେ ଥିବା ମରଡ଼ା ଗ୍ରାମରେ ରବିବାର ଅପରାହ୍ନ ସମୟରେ କୁମ୍ଭୀର ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ମାରଡ଼ା ଗ୍ରାମର ସୁଧୀର ବେହେରା ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ ସୁଧୀର ଙ୍କ ଡାହାଣ ଗୋଡ଼କୁ ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିଲା। କୌଣସି ମତେ ସୁଧୀର କୁମ୍ଭୀର ପାଖରୁ ଜୀବନ ବଞ୍ଚାଇ ନଦୀ ଉପରକୁ ଆସିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ କୁଶଙ୍ଗ ରେଞ୍ଜ କର୍ମଚାରୀ ଙ୍କ ସହଯୋଗ ରେ ପ୍ରଥମେ ପୁରୁଣା କଟକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆହତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ହେତୁ ତାଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି।
କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଗୁରୁତର
