ୱାଶିଂଟନ/ତେହେରାନ: ମଧ୍ୟପ୍ରାଚ୍ୟରେ ପୁଣିଥରେ ଉତ୍ତେଜନା ବଢ଼ିଛି। ହୋର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଇରାନର ୮୦ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ବଡ଼ଧରଣର ଏୟାରଷ୍ଟ୍ରାଇକ୍ କରିଥିବା ଦାବି କରିଛି। ଏହି ଆକ୍ରମଣରେ ଇରାନର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଥିବା ବେଳେ, ମାତ୍ର ୮ ସେକେଣ୍ଡ ମଧ୍ୟରେ କ୍ରମାଗତ ବିସ୍ଫୋରଣ ଘଟିଥିବା ଏକ ଭିଡିଓ ସାମ୍ନାକୁ ଆସିଛି।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ପ୍ରାୟ ୮ ସେକେଣ୍ଡ ମଧ୍ୟରେ କ୍ରମାଗତ ୫ଟି ଶକ୍ତିଶାଳୀ ବିସ୍ଫୋରଣ ଦେଖିବାକୁ ମିଳୁଛି। ତେବେ ଭିଡିଓଟି ଇରାନର କେଉଁ ସ୍ଥାନର ବା ସେହି ଆକ୍ରମଣ ସହ ସମ୍ପୃକ୍ତ କି ନୁହେଁ, ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଯୁଦ୍ଧର ଉତ୍ତେଜନା; ଇରାନର ୮୦ରୁ ଅଧିକ ଲକ୍ଷ୍ୟସ୍ଥଳରେ ଆମେରିକାର ଏୟାରଷ୍ଟ୍ରାଇକ୍
