ବ୍ୟାଙ୍କକର ଏକ ସ୍କୁଲରେ ଗୁଳିକାଣ୍ଡ : ୭ ମୃତ, ୨୦ ଆହତ

ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଜଣେ ଛାତ୍ର ଗୁଳି ଚଳାଇ ପ୍ରାୟ ୨୦ ଜଣ ଛାତ୍ରଙ୍କୁ ଆହତ କରିଥିବା ଏବଂ ଜଣେ ଶିକ୍ଷକଙ୍କ ସମେତ ଅନ୍ୟ ୭ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପ୍ଲାଇ ବାଙ୍ଗ ପୁଲିସ ମୁଖ୍ୟ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାସାକୋର୍ଣ୍ଣ ଚୈତାଭିଭୋଙ୍ଗ ଗୁଳିକାଣ୍ଡକୁ ନିଶ୍ଚିତ କରି କହିଛନ୍ତି ଯେ ନନ୍ଥାବରି ପ୍ରଦେଶର ବାଙ୍ଗ କ୍ରୁଆଇ ଜିଲ୍ଲାର ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡ ପରେ ଛାତ୍ର ଭାବରେ ଚିହ୍ନଟ ହୋଇଥିବା ଉକ୍ତ ସନ୍ଦିଗ୍ଧ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।

ରିପୋର୍ଟ ଅନୁଯାୟୀ, ବ୍ୟାଙ୍କକର ଉତ୍ତର-ପଶ୍ଚିମ ଉପକଣ୍ଠରେ ଅବସ୍ଥିତ ଦେବସିରିନ୍ ନନ୍ଥାବରି ସ୍କୁଲରେ ଆଜି ଛାତ୍ର ଜଣକ ଗୁଳି ଚଳାଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଫଟୋଗୁଡ଼ିକ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଆମ୍ବୁଲାନ୍ସରେ ନେଉଥିବା ଦେଖାଯାଉଛି। ଗୋଟିଏ ଫଟୋରେ ଉଦ୍ଧାରକାରୀମାନେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ବୋହି ନେଉଥିବା ଦେଖାଯାଉଛି। ଛାତ୍ର ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି, ଥାଇଲ୍ୟାଣ୍ଡର ଶିକ୍ଷା ମନ୍ତ୍ରୀ, ପ୍ରାସେର୍ଟ ଜାନ୍ତାରାରୁଆଙ୍ଗଟୋଙ୍ଗ ଗଣମାଧ୍ୟମରେ କହିଛନ୍ତି ଯେ ଗୁଳିକାଣ୍ଡରେ ପ୍ରାୟ ୨୦ ଜଣ ଛାତ୍ର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାକି ଛାତ୍ର ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦେବସିରିନ୍ ନନ୍ଥାବୁରି ସ୍କୁଲ୍ ହେଉଛି ଏହି ଅଞ୍ଚଳର ଏକ ଜଣାଶୁଣା ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲ୍, ଯେଉଁଠାରେ ୩,୦୦୦ ଛାତ୍ରଛାତ୍ରୀ ପଢ଼ନ୍ତି। ଆକ୍ରମଣକାରୀ ସେହି ସ୍କୁଲର ଜଣେ ଛାତ୍ର ଥିଲେ, ଯିଏ ପୁଲିସ ଉପସ୍ଥିତିରେ ନିଜକୁ ଗୁଳି କରି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *