ଭୁବନେଶ୍ୱର : ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ “ବିର୍ଲା ଗ୍ଲୋବାଲ ୟୁନିଭରସିଟି’ (ବିଜିୟୁ)ର ଶିକ୍ଷାରମ୍ଭ ଦିବସ ୨୦୨୬ ମାଧ୍ୟମରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ସହିତ “ବିର୍ଲା ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନସେସ୍’ ଏବଂ “ବିର୍ଲା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ର ନୂତନ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯାତ୍ରାର ଶୁଭାରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ବିସିଏ (୨୦୨୬-୨୯), ଏମସିଏ (୨୦୨୬-୨୮) ଏବଂ ବି.ଟେକ୍ (୨୦୨୬-୩୦) ପାଠ୍ୟକ୍ରମର ନୂତନ ଛାତ୍ର ଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଏହା ସେମାନଙ୍କୁ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶ,
ମୂଲ୍ୟବୋଧ ଏବଂ ଲକ୍ଷ୍ୟ ସହିତ ପରିଚିତ ହେବାର ସୁଯୋଗ ପ୍ରଦାନ କରିଛି।
