ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ଲକ୍ଷାଧିକ କାଉଡ଼ିଆ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣମାସର ୪ର୍ଥ  ସୋମବାର ହୋଇଥିବା ଵେଳେ ପୂର୍ଣ୍ଣିମା ତିଥି ଅନୁଯାୟୀ ୨ୟ ପାଳି ହୋଇଥିବାରୁ ବାବାଙ୍କୁ ଜଳାଭିଷେକ କରିବା ପାଇଁ  ରବିବାର ମଧ୍ୟାହ୍ନରୁ  ସୋମବାର ସନ୍ଧ୍ୟା ଯାଏଁ ୨ଦିନ ଧରି ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଥିଲା ଆରଡି ପୀଠରେ। ଲକ୍ଷାଧିକ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ  ସୁରକ୍ଷା ବ୍ୟବସ୍ଥା ସହ ୨୪ଘଣ୍ଟିଆ ପାନୀୟଜଳ ଯୋଗାଣ ଓ ନିରଵିଛିନ୍ନ ବିଦ୍ୟୁତ ଯୋଗାଣ କରାଯାଇଥିଲା। ସେହିପରି ମନ୍ଦିର ପରିସରରେ ୨୪ଘଣ୍ଟିଆ ଅସ୍ଥାୟୀ ସ୍ଵାସ୍ଥ୍ଯକେନ୍ଦ୍ର ଖୋଲାଯିବା ସହିତ ଆରଡି ମେଡିକାଲରେ ସ୍ଵତନ୍ତ୍ର ଡ଼ାକ୍ତର ଟିମ୍ ସହ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି କାଉଡିଆ ଭକ୍ତଙ୍କର ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ନିମନ୍ତେ ଭଦ୍ରକ ଏସପି ମନୋଜ ରାଉତଙ୍କ ନେତୃତ୍ବରେ ଏଏସପି ଅଂଶୁମାନ ଦ୍ବିବେଦୀ, ଧାମନଗର ଏସଡିପିଓ ବିଷ୍ଣୁ ଚରଣ ବାରିକ, ଧୁଷୁରୀଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଆରଡି ଫାଣ୍ଡିଅଧିକାରୀ ପ୍ରଦୀପ ନାୟକଙ୍କ ସହ ୬ଜଣ ଡିଏସପି, ୨୫ଜଣ ଅଫିସର , ୧୨ପ୍ଲାଟୁନ ପୁଲିସ ଫୋର୍ସ ଟ୍ରାଫିକ ଅଫିସର ସଜାଗ ରହିଥିଲେ୍  ତାହାସହ ନଦୀ ପଥରେ ଆସୁଥିବା କାଉଡିଆଭକ୍ତଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତ୍ୟୟନ ରହିଥିଲେ। ଏପରିକି ପୀଠରେ ଥିବା ତିନିତର, ମୁଁଆ, ଧାନଖଣିଆ ୩ଟି ନଦୀ ଘାଟର ଉଭୟ ପାର୍ଶ୍ଵରେ ଆଲୋକିକରଣ ସହ ବ୍ୟାପକ ପୁଲିସ ମୃତ୍ଯୟନ ରହିଥିଲେ। ଵିଶେଷକରି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଉଛୁଳା ରହିଵା ସହ ହିଂସ୍ର କୁମ୍ଭୀର ଥିବାରୁ ସମସ୍ତ ନଦୀରେ କଟକଣାର ସହ ପାଣି ଉଠାଇଥିଲେ କାଉଡ଼ିଆ। ମନ୍ଦିର ଭିତରେ ଓ ବାହାରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଭଦ୍ରକ ସତ୍ୟସାଇ ସେବା ସଂଗଠନ ଓ ପାଳସାହିସ୍ଥିତ ବାବାମଣି ମହାବିଦ୍ୟାଳୟ ଅଧ୍ଯାପକ ବିଜୟ କୁମାର ଦାଶଙ୍କ ନେତୃତ୍ବରେ ୩୦ଜଣ ଛାତ୍ରଛାତ୍ରୀ ଓ ଆଖଣ୍ଡଳମଣି ମହାବିଦ୍ୟାଳୟ ୨୫ଜଣ ଛାତ୍ରଛାତ୍ରୀ ପୁଲିସ ସହ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ମନ୍ଦିର ବେଢ଼ା ଓ ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟ କରିଥିଲେ। ସେହିପରି କାଉଡିଆଙ୍କ ସୁବିଧା ନିମନ୍ତେ ବିଭିନ୍ନ ସେଵାସଂସ୍ଥା  ପକ୍ଷରୁ ପକ୍ଷରୁ ନିଶ୍ଳୁକରେ ୪୦ହଜାରରୁ ଉର୍ଦ୍ଧ କାଉଡିଆଙ୍କ ପାଇଁ ପ୍ରସାଦ ବିତରଣ ସହ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।/q

Leave a Reply

Your email address will not be published. Required fields are marked *