ବହୁପ୍ରତୀକ୍ଷିତ ନିଟ୍‌ (ୟୁଜି)ପରୀକ୍ଷାଫଳ ପ୍ରକାଶ : ଆର୍ଯ୍ୟନ୍‌ ଓ ପାଂଶୁଲ ଯୁଗ୍ମ ଟପ୍ପର୍‌

ନୂଆଦିଲ୍ଲୀ : ଡାକ୍ତର ହେବାକୁ ଆଶା ରଖିଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଗୁରୁବାର ବହୁପ୍ରତୀକ୍ଷିତ ନିଟ୍‌ (ୟୁଜି)ପରୀକ୍ଷାଫଳ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ନିଟ୍‌ର ଅଫିସିଆଲ ୱେବସାଇଟ୍ neet.nta.nic.in ମାଧ୍ୟମରେ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଫଳାଫଳ ଜାଣିପାରିବେ। ଚଳିତଥର ନିଟ୍‌ରେ ପଞ୍ଜାବର ଆର୍ଯ୍ୟନ ଗୁପ୍ତା ଏବଂ ହରିୟାଣାର ପାଂଶୁଲ ବଂଶଲ ମିଳିତ ଭାବେ ଟପ୍ପର୍‌ ହୋଇଛନ୍ତି। ଉଭୟ ୭୨୦ରୁ ୭୧୫ ନମ୍ବର ରଖିଛନ୍ତି। ଏନ୍‌ଟିଏ ଫଳାଫଳ ସହିତ ମେରିଟ୍ ଲିଷ୍ଟ ଏବଂ ବର୍ଗ-ୱାରି କଟ-ଅଫ୍ ମଧ୍ୟ ପ୍ରକାଶ କରିଛି। ଗତ ଜୁନ୍‌ ୨୧ ତାରିଖରେ ଦେଶବ୍ୟାପୀ ନିଟ୍‌ ପରୀକ୍ଷା ଗୋଟିଏ ସିଫ୍‌ଟରେ ଅନୁଷ୍ଠିତ ହୋଇଥିଲା। ଏନ୍‌ଟିଏର ସୂଚନାନୁଯାୟୀ, ପ୍ରାୟ ୨୦ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧.୨୧ ଲକ୍ଷରୁ ଅଧିକ ପ୍ରାର୍ଥୀ ସ୍ନାତକ ଚିକିତ୍ସା, ଦନ୍ତ, ଆୟୁଷ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *