ମଦଧ୍ୟପ୍ରାଚୀରେ ଯୁଦ୍ଧ : ଇରାନ ଉପରେ ଆମେରିକାର ଆକ୍ରମଣ ଜାରି

ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ସାମରିକ ସଂଘର୍ଷ କ୍ରମରେ ଆମେରିକା ସେନା କ୍ରମାଗତ ପଞ୍ଚମ ଦିନ ପାଇଁ ଇରାନର ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍ କରି ବିମାନ ଆକ୍ରମଣ କରିଛି। ବିଶେଷ କରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଇରାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର ସୂଚନା ଦେଇଛି ଯେ, ବାଣିଜ୍ୟିକ ଓ ସାଧାରଣ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରାକୁ ବାଧାପ୍ରାପ୍ତ କରୁଥିବା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ। ଆମେରିକା ବାୟୁସେନା ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଗ୍ରେଟର ଟୁନ୍‌ବ ଦ୍ୱୀପ ଉପରେ ବ୍ୟାପକ ଆକ୍ରମଣ କରିଛି। ସେଠାରେ ଥିବା ଇରାନର ଉପକୂଳ ସୁରକ୍ଷା ବ୍ୟବସ୍ଥା ଓ କ୍ରୁଜ୍ କ୍ଷେପଣାସ୍ତ୍ର ସଂରକ୍ଷଣ ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି। ଇରାନର ବନ୍ଦର ସହର ବନ୍ଦର ଆବାସ, ଚାବାହାର ଓ ଅହୱାଜରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି।

Leave a Reply

Your email address will not be published. Required fields are marked *