ନଦୀକୁ ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପାଟଣା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆଜି ସକାଳେ ନଦୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ନିଖୋଜ ମହିଳାଜଣକ ହେଉଛନ୍ତି ସ୍ଥାନୀୟ ଗ୍ରାମର ସୁଚିତ୍ରା ଦାସ।

ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ଆଜି ଭୋରରୁ ସୁଚିତ୍ରା ନିକଟସ୍ଥ ନଦୀ କୂଳକୁ ଶୌଚ ହେବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନଦୀ କୂଳରେ ସୁଚିତ୍ରାଙ୍କ ଚପଲ, ବାଲ୍ଟି, ଟର୍ଚ୍ଚ ଓ ବ୍ରସ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ତାଙ୍କୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିବା ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *