ଦୁଇଟି ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର, 151 ୟୁନିଟ ରକ୍ତ ସଂଗ୍ରହ

ତାଳଚେର : ତାଳଚେର ର ଦୁଇଟି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଓ ଜୀବନ ସାଥି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟ ରେ ଆଜି ସୋମବାର ଜଗନ୍ନାଥ କଳାକେନ୍ଦ୍ର ସାଉଥ ବଲଣ୍ଡା ଠାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୋପବନ୍ଧୁ ଜରାଶ୍ରମ ର ସଭାପତି ଦୁଃଖବନ୍ଧୁ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ଏରିଆ ଜେନେରାଲ ମ୍ୟାନେଜର ଅଜୟ କୁମାର ସିଂହ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରୀ ଏରିଆ ଜି. ଏମ.ଅକ୍ଷୟ କୁମାର ଦାସ,ପ୍ରୋଜେକ୍ଟ ଅଫିସର ଶ୍ରୀରାମ ,ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସମାଜସେବୀ କେଶବ ଚନ୍ଦ୍ର ମିଶ୍ର,ଅନୁଗୋଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ମାଝୀ,ତ୍ରିର୍ଥବାସି ଫାଉଣ୍ଡେସନ ର ଅଧ୍ୟକ୍ଷ ଜଗନ୍ନାଥ ପ୍ରଧାନ,ଜୀବନ ସାଥି ଫାଉଣ୍ଡେସନ ର ସଭାପତି ଯୋଗେନ୍ଦ୍ର ବେହେରା,ସମ୍ପାଦକ ସିଦ୍ଧାର୍ଥ ଶେଖର ସାହୁ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଉପ ସଭାପତି ନରେଶ ଚନ୍ଦ୍ର ସ୍ୱାଇଁ ସମ୍ପାଦକ ଶୁଭକାନ୍ତ ସ୍ୱାଇଁ ପ୍ରମୁଖ ମା ହିଙ୍ଗୁଳା ଙ୍କ ପ୍ରତିଛବି ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଯୋଜନ କରି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ । ଏଥିରେ 151 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଓ ଜୀବନ ସାଥି ଫାଉଣ୍ଡେସନ ର କର୍ମକର୍ତା ମାନେ ସଂମ୍ପୂର୍ଣ ସହଯୋଗ କରିଥିଲେ ।ସମସ୍ତ ରକ୍ତଦାତାଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି |

Leave a Reply

Your email address will not be published. Required fields are marked *