ଘୋଷଣା ହେଲା ଭାରତୀୟ ଜନତା ପାର୍ଟିର ନୂଆ ଜାତୀୟ ସାଂଗଠନିକ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂଆ ଜାତୀୟ ସାଂଗଠନିକ ଟିମ୍‌ ଘୋଷଣା ହୋଇଛି। ଦଳର ଜାତୀୟ ସଭାପତି ନିତିନ ନବୀନ ସୋମବାର ନୂଆ ଟିମ୍‌ ଘୋଷଣା କରିଛନ୍ତି। ନୂଆ ତାଲିକାରେ ଅଭିଜ୍ଞ ନେତାଙ୍କ ସହ ବିଭିନ୍ନ ରାଜ୍ୟର ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି।ନୂଆ ଟିମ୍‌ରେ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ସେହିପରି ବିଏଲ୍‌ ସନ୍ତୋଷଙ୍କୁ ପୁଣିଥରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଛି।

ଦଳର ନୂଆ ଟିମ୍‌ରେ ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଏହି ତାଲିକାରେ ବିନୋଦ ତାୱାଡେ, ସୁନିଲ ବଂଶଲ, ବିପ୍ଳବ କୁମାର ଦେବ ଏବଂ ସ୍ମୃତି ଈରାନୀଙ୍କ ଭଳି ବରିଷ୍ଠ ନେତା ସାମିଲ ଅଛନ୍ତି।ଏହାବ୍ୟତୀତ ୧୬ ଜଣ ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ନେତା ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ଓଡ଼ିଶାର ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସଂଯୋଜକ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *