ଓଡ଼ିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରୋକ;ଆସନ୍ତା ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ:ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦୀୟ ମାମଲାର ୧୮ ଅଗଷ୍ଟରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଆସନ୍ତା ୧୮ ଅଗଷ୍ଟ ପର୍ଯ୍ୟନ୍ତ ଡିଜିପି ଚୟନ ନେଇ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ କମିଶନ (UPSC) କୌଣସି ନିଷ୍ପତ୍ତି ନେଇପାରିବ ନାହିଁ  ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୧୮ ଅଗଷ୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *