ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲା : ଜେଲରୁ ମୁକୁଳିବେ ଦାରା ସିଂ

ଭୁବନେଶ୍ୱର:ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା  ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ । ଦାରା ସିଂଙ୍କ ଓକିଲ ଏପି ସିଂ କହିଛନ୍ତି ଯଦି ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତ କରାନଯାଏ, ତେବେ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟରେ ପୁଣି ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିବା ସେ କହିଛନ୍ତି। ଦାରା ସିଂ ଗତ ୨୬ ବର୍ଷ ଧରି କାରାଗାରରେ ଦଣ୍ଡ ଭୋଗ କରୁଛନ୍ତି।ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ର ଫିଲିପ୍ ଏବଂ ଟିମୋଥିଙ୍କୁ ସେମାନେ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏହି ଘଟଣା ଦେଶ ଓ ବିଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *