ହୀରାକୁଦ ବନ୍ୟା ପରିଚାଳନା ହେବ ଆହୁରି ଅତ୍ୟାଧୁନିକ

ବୁର୍ଲା:ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ ଓ ବନ୍ୟା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ର ସାରାଡିହି ବ୍ୟାରେଜ୍‌ଠାରେ ଅତ୍ୟାଧୁନିକ ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ ସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରାୟ ୬୭ ଲକ୍ଷ ୫୨ ହଜାର ୬୪୫ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛି।

ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ସାରାଡିହିରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ପହଞ୍ଚିବାକୁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବାରୁ ଏହି ସ୍ଥାନ ବନ୍ୟା ପୂର୍ବାନୁମାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସାରାଡିହି ବ୍ୟାରେଜ୍ ନିର୍ମାଣ ପରେ ପୂର୍ବରୁ ଥିବା ଗେଜ୍ ସାଇଟ୍ ବୁଡ଼ି ଅଞ୍ଚଳକୁ ଚାଲିଯିବାରୁ ଜଳ ପ୍ରବାହର ସଠିକ୍ ଆକଳନ କରିବାରେ ସମସ୍ୟା ସୃଷ୍ଟି ହେଉଥିଲା।

Leave a Reply

Your email address will not be published. Required fields are marked *