ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ମଧ୍ୟ କଟ୍ ଅଫ୍ ତାଲିକାର ଶୀର୍ଷରେ ରହିଛି ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏଠାରେ କଳା ବିଭାଗର କଟ୍ ଅଫ୍ ୮୧ ପ୍ରତିଶତ, ବାଣିଜ୍ୟ ବିଭାଗରେ ୮୨.୪୦ ପ୍ରତିଶତ ଏବଂ ବିଜ୍ଞାନ ବିଭାଗରେ ସର୍ବାଧିକ ୯୩.୪୦ ପ୍ରତିଶତ ରହିଛି। ବିଜ୍ଞାନ ବିଭାଗର କଟ୍ ଅଫ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯେଉଁଠାରେ କଟ୍ ଅଫ୍ ୯୦ ପ୍ରତିଶତ ରହିଛି।ଚଳିତ ବର୍ଷ ମୋଟ ୪,୬୧,୩୨୫ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ୪,୨୯,୨୧୯ ଜଣ, ଅର୍ଥାତ୍ ପ୍ରାୟ ୯୩.୦୪ ପ୍ରତିଶତ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।
ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ କଳା ବିଭାଗରେ ୨,୭୬,୯୨୫ ଜଣ, ବିଜ୍ଞାନରେ ୧,୨୧,୪୯୪ ଜଣ, ବାଣିଜ୍ୟରେ ୧୯,୮୪୪ ଜଣ, ଉପଶାସ୍ତ୍ରୀରେ ୬,୧୩୪ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି।
