ଭୁବନେଶ୍ୱର: ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରିପ୍ରେକ୍ଷୀରେ ରାଜ୍ୟରେ ବ୍ୟାପକ ଗାଡ଼ି ଫିଟ୍ନେସ ଯାଞ୍ଚ ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ) ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ଆଦେଶ ଦିଆଯାଇଛି। ରାସ୍ତାରେ ଚଳାଚଳ କରୁଥିବା ଏହିଭଳି ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରି ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଦୁର୍ଘଟଣାରେ ସାମିଲ ଦୁଇଟିଯାକ ଗାଡ଼ିର ବୈଧ ଫିଟ୍ନେସ ପ୍ରମାଣପତ୍ର ନଥିଲା ଜଣାପଡ଼ିଥିଲା। ଉଭୟ ଗାଡ଼ିର ପଞ୍ଜୀକରଣ ରଦ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବିନା ଫିଟ୍ନେସ୍ରେ ଚାଲୁଥିବା ଗାଡ଼ି ଯାଞ୍ଚ ପାଇଁ ରାଜ୍ୟବ୍ୟାପୀ ଯାଞ୍ଚ ଆରମ୍ଭ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
ଫିଟ୍ନେସ ଯାଞ୍ଚ ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦେଶ
