କେନ୍ଦୁଝର:ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହୋଇପାରୁନି ଶବ ବ୍ୟବଚ୍ଛେଦ । କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ୍ ହସ୍ପିଟାଲ୍ ରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଛି ଶବ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମାଲାଡ୍ ସଂରକ୍ଷିତ ଜଙ୍ଗଲରେ ଚୋରା ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଅତଡ଼ା ଧସି ନାବାଳକର ମୃତ୍ୟୁ ଘଟିଥିବା ସୂଚନା । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ମାଲାଡ଼ ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଚୋରା ମାଙ୍ଗାନିଜ୍ ଉତ୍ତୋଳନ । ମାଙ୍ଗାନିଜ୍ ଉତ୍ତୋଳନ ବେଳେ ମାଟି ଅତଡ଼ା ଖସି ଗତ ବୁଧବାର ଦିନ ଘଟିଥିଲା ଜଣେ ନାବାଳକ ଶ୍ରମିକର ମୃତ୍ୟୁ ଘଟିଥିଲା । ବିଡ଼ମ୍ବନାର ବିଷୟ, ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ୪୮ ଘଣ୍ଟା ହେଲା ଯୋଡ଼ା ଟାଟା ହସ୍ପିଟାଲ୍ ଶବଗୃହରେ ପଡ଼ିରହିଛି ନାବାଳକର ମୃତଦେହ । ଗତକାଲି ବ୍ୟବଚ୍ଛେଦ ପାଇଁ ମୃତଦେହ ବଡ଼ବିଲ୍ ନେଇଥିଲେ ପରିବାର ଲୋକେ । ହେଲେ, ଆନ୍ଦୋଳନ ପାଇଁ ଶବ ବ୍ୟବଛେଦ ହୋଇପାରି ନଥିବା ସୂଚନା ମିଳିଛି । ବ୍ୟବଚ୍ଛେଦ ହୋଇ ନପାରିବାରୁ ପୁଣି ଥରେ ଯୋଡ଼ା ଟାଟା ହସ୍ପିଟାଲ୍ ଶବଗୃହକୁ ଫେରିଲା ନାବାଳକର ଶବ । ଡାକ୍ତରୀ ଆନ୍ଦୋଳନ ଆଗରେ ହାର୍ ମାନିଲା ମାନବିକତା । ଶବ ବ୍ୟବଚ୍ଛେଦ ହୋଇ ନପାରିବାରୁ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ।
ଡାକ୍ତରୀ ଆନ୍ଦୋଳନ ଆଗରେ ହାର୍ ମାନିଲା ମାନବିକତା , ହୋଇପାରୁନି ଶବ ବ୍ୟବଚ୍ଛେଦ
