ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ସୁବାସ ଭୋଇଙ୍କୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗତ ମେ ୭ ତାରିଖରେ ଗାଡ଼ି ଦୁର୍ଘଟଣା ଏବଂ ଜଣେ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା।ସୌମ୍ୟଙ୍କ ପରିବାର ଆରମ୍ଭରୁ ହିଁ ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଆସୁଛନ୍ତି। ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ତଦନ୍ତକାରୀ ଦଳ ସମ୍ମୁଖରେ ସୌମ୍ୟଙ୍କ ମାଆ ମଧ୍ୟ ପୁଅଙ୍କୁ ଦିଆଯାଇଥିବା ନିର୍ଯାତନା ଓ ହତ୍ୟା ସମ୍ପର୍କରେ ବିସ୍ତୃତ ବୟାନ ରଖିଥିଲେ।
ବାଲିଅନ୍ତା ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା-ଆଉ ଜଣେ ଅଭିଯୁକ୍ତ ଗିରଫ
