ଭିଜିଲାନ୍ସ ଜାଲରେ ସହକାରୀଯନ୍ତ୍ରୀ

ଯାଜପୁର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀଯନ୍ତ୍ରୀଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ।  ଯାଜପୁର ଜିଲ୍ଲା ବଡ଼ଚଣା ଆର୍‌ ଆଣ୍ଡ୍‌ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ଜଡିତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ତାଙ୍କର ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗର ତଦନ୍ତ ପାଇଁ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି।

କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍‌ ଆଧାରରେ ଏହି ତଲାସୀ ଚାଲିଛି। ଏଥିରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ଅଧିକାରୀଙ୍କ ଘର, ସମ୍ପତ୍ତି ଏବଂ କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *