ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଅନ୍ୟ ୪ ଦିନ ଭଳି ସୋମବାର ମଧ୍ୟ ଗୃହ ବେଶ ସରଗରମ ରହିଛି। ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ ଶୂନ୍ୟକାଳରେ ପୁଣି କଂଗ୍ରେସର ହୋହଲ୍ଲା, ହଟ୍ଟଗୋଳ ସହ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି କରିଛନ୍ତି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜି କରିଛନ୍ତି।

Leave a Reply

Your email address will not be published. Required fields are marked *