ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ଚାଲିଗଲା ୨ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି: ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ। ମୂର୍ତ୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ବୁଡ଼ି ବୁଧବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। କୋଟିନଡ଼ା ପଞ୍ଚାୟତ ସିଦ୍ଧିଖଣ୍ଡି ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ଏଭଳି ଅଘଟଣ ଘଟିଛି। ମୃତକ ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ମୃତକ ହିଞ୍ଜିଳିକାଟୁ ଗାୟତ୍ରୀ ନଗର ଓ ଗଜପତି ମାର୍ଗ ଅଞ୍ଚଳର ୨ ଛାତ୍ର ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ, ହେଲେ ମେଡିକାଲ୍‌ରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *