:ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଧାମରା:ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଏଭଳି ଦୁଃଖଦ ଖବର ଆସିଛି ,ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ । ସୂଚନା ମୁତାବକ ଦିଗଛିଆରେ ଥିବା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ପୋଖରୀକୁ ଯାଇଥିଲେ । ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସି ଯିବାରୁ ଜଣେ ଛାତ୍ର ବୁଡି ଯାଇଥିଲେ । ସାଥି ମାନେ ବହୁ ଖୋଜିବା ପରେ ନ ପାଇବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ  ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି ପରେ ନ ପାଇବାରୁ ଗଦି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛାତ୍ର କୁ ଠାବ କରିଥିଲେ ମଧ୍ୟ ସେତେବେଳେକୁ ଛାତ୍ରଙ୍କର ମୃତ୍ୟୁ ଘଟିସାରିଥିଲା । ମୃତ ଛାତ୍ର ଜଣକ ହେଉଛନ୍ତି ପୀୟୂଷ ଦାସ,ତାଙ୍କ ଘର ଭଦ୍ରକର ଚରମ୍ପା ଅଞ୍ଚଳରେ ବୋଲି ଜଣା ପଡ଼ିଛି ,ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିଲା । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଦାୟିତ୍ଵ ହୀନତା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *