ଦୁର୍ବୁତ୍ତ ଭାଙ୍ଗିଦେଲେ ଭାରତ ମାତାଙ୍କ ହାତ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରର ମୁଖ୍ୟ ପ୍ରବେଶ  ପଥରେ ଏକ ଭାରତ ମାତାଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗିଥିବା ନେଇ କଲ୍ୟାଣ ସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାୟଗଡା ଠାରୁ କଲ୍ୟାଣ ସିଂହପୁର  ଯିବା ମୁଖ୍ୟ ରାସ୍ତାରେ ଶିକରପାଇ ଗ୍ରାମ ରହିଛି। ଗ୍ରାମର ମୁଖ୍ୟ ପ୍ରବେଶ ପଥ ଠାରେ ଗ୍ରାମବାସୀ ଏକ ଭାରତ ମାତା ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମୂର୍ତ୍ତି କୁ କିଛି ଦୁର୍ବୁତ୍ତ ଭାଙ୍ଗିଥିଲେ। ଏହାକୁ ନେଇ ମଧ୍ୟ ଥାନାରେ ଲିଖିତ ଅଭିଯୋଗ ଗ୍ରାମବାସୀ ଦେଇଥିଲେ । ବର୍ତ୍ତମାନ ମଧ୍ୟ ଉକ୍ତ ପ୍ରତିମୂର୍ତ୍ତିର ହାତକୁ ଭାଙ୍ଗି ଦେଇଥିବା ନେଇ ଗ୍ରାମବାସୀ ଲିଖିତ ଅଭିଯୋଗ ଦେଇଛନ୍ତି। ପୁଙ୍ଖାନୁପୁଙ୍ଖ  ତଦନ୍ତ କରି ଦୋଷୀଙ୍କୁ ଧରି ଉଚିତ ଦଣ୍ଡ ଦେବା ପାଇଁ ଗ୍ରାମର ମନୋଜ କୁମାର ସେଠୀ, ସନ୍ତୋଷ କୁମାର ସାହୁ, ନାରସିଂ କୌଶଲ୍ୟା , ବିଜୟୀ କୁମାର ଗୌଡ଼ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *