ଗଣେଶ ପୂଜାରେ ଡିଜେ ଓ ଉଚ୍ଚଶବ୍ଦକୁ ନେଇ କଟକଣା ଜାରି

ଭଦ୍ରକ: ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଭଦ୍ରକରେ ଡିଜେ ଓ ଉଚ୍ଚଶବ୍ଦକୁ ନେଇ କଟକଣା ଜାରି କରିଛନ୍ତି ଉପଜିଲ୍ଲାପାଳ। ପୂଜା ସମୟରେ ଶାନ୍ତିଶୃଙ୍ଖଳା ଓ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ନିର୍ଦ୍ଦେଶ ଅନୁଯାୟୀ, ଗଣେଶ ପୂଜା ଶୋଭାଯାତ୍ରାରେ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିସହ ହାଇ-ପାୱାର ସାଉଣ୍ଡ ସିଷ୍ଟମ୍ ଓ ଅନୁରୂପ ଉଚ୍ଚଶବ୍ଦ ବର୍ଦ୍ଧକ ଯନ୍ତ୍ରର ବ୍ୟବହାର ମଧ୍ୟ ନିଷିଦ୍ଧ ରହିବ।ପ୍ରଶାସନ ପକ୍ଷରୁ ଆବାସିକ ଅଞ୍ଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ନିକଟରେ ଶବ୍ଦ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ଧ୍ୱନିର ନିର୍ଦ୍ଧାରିତ ସୀମା ଯେପରି ଉଲ୍ଲଂଘନ ନହୁଏ, ସେଥିପାଇଁ କର୍ତ୍ତୃପକ୍ଷ ନିରୀକ୍ଷଣ କରିବେ।ସେହିପରି, କର୍ତ୍ତୃପକ୍ଷଙ୍କ ଅନୁମତି ବିନା ପୂଜା ପେଣ୍ଡାଲରେ ମାଇକ୍ ବଜାଇ ପାରିବେ ନାହିଁ। ପୂଜା କମିଟି ଓ ଆୟୋଜକମାନେ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତି, ଆୟୋଜକ କିମ୍ବା ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *