ୱେଭରେ: ନେଦରଲାଣ୍ଡସ ଓ ବେଲଜିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ର ଫାଇନାଲରେ ସ୍ପେନ ଓ ଜର୍ମାନୀ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଦୁଇଟି ଯାକ ସେମିଫାଇନାଲ ଖେଳାଯାଇଥିଲା। ଏଥିରେ ସ୍ପେନ ଓ ଜର୍ମାନୀ ବିଜୟ ସହ ଫାଇନାଲରେ ପହଞ୍ଚିଛନ୍ତି। ୱେଭରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ସ୍ପେନ ୪-୩ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ସ୍ପେନ ପକ୍ଷରୁ ଜୋସ ବାଷ୍ଟିରା ୪୧, ୫୦ ଓ ୫୫ ମିନିଟ୍ରେ ୩ଟି ଓ ପିପେ କୁ୍ନିଲ ୫୧ ମିନିଟ୍ରେ ଗୋଟିଏ ଗୋଲ ଦେଇଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ କୋଏନ ବିଜେନ ୨୨, ଜିପ ୟାନସେନ ୫୭ ଓ ଜୋ ପାଓ ଡିମୋଲ ୫୯ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲରେ ଜର୍ମାନୀ ୨-୧ ଗୋଲରେ ଆେର୍ଜଣ୍ଟିନାକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଜର୍ମାନୀ ପକ୍ଷରୁ ଜୁଷ୍ଟୁସ ୱିଗାଣ୍ଡ ୩୩ ଓ ଫିଲିପ୍ସ କାଫୁମାନ ୫୪ ମିନିଟ୍ରେ ଓ ଆର୍ଜେଣ୍ଟିନା ପକ୍ଷରୁ ଥୋମାସ ମିକେଲ ଡୋମିନେ ୪୬ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ରବିବାର ନେଦରଲାଣ୍ଡ୍ସ-ଆର୍ଜେଣ୍ଟିନା ମଧ୍ୟରେ ତୃତୀୟ ସ୍ଥାନ ଓ ଜର୍ମାନୀ-ସ୍ପେନ ଫାଇନାଲ ଖେଳାଯିବ।
ପୁରୁଷ ହକି ବିଶ୍ବକପ୍ର ଫାଇନାଲରେ ସ୍ପେନ ଓ ଜର୍ମାନୀ
