ହାତୀପଲଙ୍କ ପାଇଁ ଅଧଘଣ୍ଟା ବନ୍ଦ ରହିଲା କେନ୍ଦୁଝର ଜିଲାର ଏନଏଚ-୪୫ ରାଜପଥ

କେନ୍ଦୁଝର:ରାଜପଥ ଉପରେ ହାତୀପଲଙ୍କ ଚଲାଚଳ ଯୋଗୁଁ ଅଧଘଣ୍ଟା ଧରି ବନ୍ଦ ରହିଲା ଗାଡ଼ି ଚଳାଚଳ। କେନ୍ଦୁଝର ଜିଲାର ଏନଏଚ-୪୫ ଉପରେ ଏକ ୨୨ ଟିକିଆ ହାତୀପଲ ରାସ୍ତା ଅତିକ୍ରମ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ସୂଚନା ଅନୁସାରେ, ପାଟଣା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ସଦର ରେଞ୍ଜ ଅନ୍ତର୍ଗତ ଟାଙ୍ଗରି ଗାଁ ଆଡ଼କୁ ଯାଉଥିଲେ। ରାସ୍ତା ଅତିକ୍ରମ କରୁଥିବା ବେଳେ ହାତୀପଲଙ୍କୁ ଦେଖି ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ଅଟକାଇ ଦିଆଯାଇଥିଲା।ଫଳରେ ଏନଏଚ-୪୫ରେ ପ୍ରାୟ ଅଧଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଜପଥ ଉପରେ ଏକାଥରକେ ୨୨ଟି ହାତୀଙ୍କ ଚଲାଚଳ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।ହାତୀପଲ ରାସ୍ତା ପାର ହୋଇ ଜଙ୍ଗଲ ଆଡ଼କୁ ଚାଲିଯିବା ପରେ ପୁଣିଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *