ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତିହିଡ଼ି ବ୍ଲକର ଈଶ୍ୱରପୁର ଅଞ୍ଚଳରେ ବନ୍ୟାର ପ୍ରକୃତ ସ୍ଥିତି ପରଖିବା ସହ ବିପନ୍ନ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ସେ ଅବଗତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବୋଟ୍‌ ଯୋଗେ ଈଶ୍ୱରପୁରରେ ପହଞ୍ଚିଥିଲେ। ପରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ବୁଲେଟ୍‌ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। ଜଳବନ୍ଦୀ ଅଞ୍ଚଳ, ରାସ୍ତାଘାଟର ସ୍ଥିତି ଏବଂ ବନ୍ୟା ଯୋଗୁଁ ସାଧାରଣ ଲୋକେ ସାମ୍ନା କରୁଥିବା ସମସ୍ୟାକୁ ସେ ନିକଟରୁ ଦେଖିଥିଲେ। ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *