ରେଙ୍ଗାଲିକ୍ୟାମ୍ପ : ବରଗଡ଼ ପଟରୁ ଅତାବିରା ଦେଇ ଯାଉଥିବା ୫୩ ନଂ ଜାତୀୟ ରାଜପଥ କଡ଼ରେ ସର୍ଭିସ ରାସ୍ତା।ରେ ଚାଲି ଚାଲି ଯାଉଥିବା ଜଣେ ଯୁବକକୁ ଏକ ଅନିୟନ୍ତ୍ରିତ କାର୍ ଧକ୍କା ଦେବା ଫଳରେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଅତାବିରା ଥାନା ଅନ୍ତର୍ଗତ ବାଞ୍ଜିପାଳି ଗ୍ରାମର ସୁଶୀଲ ଭୋଷାଗର୍ (୪୦) ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ ଜାତୀୟ ରାଜପଥ କଡ଼ ଦେଇ ଅତାବିରା ତହସିଲ ଅଭିମୁଖେ ଯାଉଥିବା ସମୟରେ ବରଗଡ଼ ପଟୁ ଦ୍ରୁତ ବେଗରେ ଆସୁଥିବା ଏକ କାର୍ ତାଙ୍କୁ ସମ୍ମୁଖରୁ ଜୋର୍ଦାର୍ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସୁଶୀଲ ପ୍ରାୟ କିଛି ବାଟ ଘୋଷାରି ହୋଇ ସର୍ଭିସ୍ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।
