ବୁର୍ଲା : ବୁର୍ଲା ସହରର ୟୁନିଭରସିଟି ଛକରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ରାତ୍ରି ଜଗୁଆଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜଗୁଆଳି ଜଣକ ହେଲେ ମହତାବ ନଗର ଅଞ୍ଚଳର ଛବିଲାଲ ବାହାଦୂର(୭୩) ବୋଲି ସୂଚନା ହସ୍ତଗତ ହୋଇଛି।
ସୂଚନା ମୁତାବକ ପ୍ରତିଦିନ ପରି ଛବିଲାଲ୍ ନିଜର ବାଡ଼ି ଏବଂ ଛତା ଧରି ଘରୁ ବାହାରି ଥିଲେ। ସେ ୟୁନିଭରସିଟି ଛକ ସମ୍ମୁଖରେ ରହିଥିବା ଘର ମାନଙ୍କୁ ଜଗିବା କାର୍ଯ୍ୟ କରୁଥିଲେ। ହୁଇସିଲ ମାରି ମାରି ଘର ସମ୍ମୁଖ ମାନଙ୍କୁ ଯାଇ ସେ ଚାଲି ଚାଲି ଯାଇଥିଲେ। ଠିକ୍ ଏକ ଘର ରାସ୍ତାରୁ କିଛି ଭିତରେ ରହିଥିବା ଫଳରେ ସେ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଘୋଷାଡ଼ି ହୋଇ ଛିଟିକି ପଡ଼ିଥିଲେ। ତାଙ୍କ ମୁଖ ଭାଗ ରାସ୍ତା ଉପରେ ଘସି ହୋଇ ସମ୍ପୂର୍ଣ୍ଣ ଭାବରେ କ୍ଷତାକ୍ତ ହୋଇ ଯାଇଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପାଖରେ ପଡ଼ି ରହିଥିଲା ତାଙ୍କ ବାଡ଼ି ଏବଂ ଛତା। ସକାଳ ସୁଦ୍ଧା ଶବଟି ରାସ୍ତା ଉପରେ ପଡ଼ି ରହିଁଥିଲା। ସକାଳ ସମୟରେ ପରିବାର ବର୍ଗଙ୍କୁ ପୁଲିସ ଅବଗତ କରିବା ପରେ ସେମାନେ ଆସି ଶବକୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ନେଇଥିଲେ।
ଅଜଣା ଗାଡ଼ି ଧକ୍କାରେ ଜଗୁଆଳି ମୃତ
